ଖୁସି ରେ ଆଜି ବୁଲିଗଲି ଭୁଲି ସବୁ ଯାକ ଅତୀତ
ଭାବନା ସତେ କି ଟାଣି ନେଲା
ସେ ଦାଗ ର ଛଟା କୁ ଉତାରିବାକୁ
ଦେଲା ଆଉ ଏକ ଦାଗ ।
ବିଶ୍ୱାସ ମୂଳରେ ତୁମେ ଥିଲ ଦିନେ
କିପରି ସେ ମୂଳ ଆଜି ଛିଡିଗଲା ।
ଗଛ ନୁହେଁ ଏତ ଚାରା ମିଳିଯିବ
ମନର ଘା କୁ ସତେ କି
ପାସୋରିବ ଏ ମନ ।
ବୁଲିବାକୁ ଯେବେ ବନ୍ଧୁ ଟେ ଲୋଡିଲି
ସେ କି ଛାଡ଼ିବ କହିଦେଲା
ସବୁ ପୁରୁଣା ଦାଗ କୁ ଉତରିଆଣିଲ
ଦେଖା ଗଲା ସବୁ ଜଳ ଜଳ ।
ପଛ କୁ ପାସୋରି ଆଗକୁ ବଢିବାକୁ
କହୁଛ ତୁମେ ଯେ ଛାଡ଼ି ତ ପାରୁନ
ତେବେ କି ପ୍ରକାରେ କହୁଛ ଆଗକୁ ଯିବାକୁ
କି ଭଳି ପାରିବି ପଛକୁ ଭୁଲି ।
ଯଦି ମୁଁ ଛାଡ଼ିବି ତୁମେ ଛାଡ଼ି ନାହ
ଧରି ନେବ ମୋତେ ଆଗକୁ ବଢ଼ିଲେ
ପୁଣି ସେହି ଅବଶୋଷ ର ସମ୍ପର୍କ
ପୁଣି ସେହି ଅପୂର୍ଣ୍ଣତା ଆଉ କିଛି ନୁହଁ ।
ପି. ପୁରବୀ ମହାନ୍ତି
ବଣାଇଗଡ, ସୁନ୍ଦରଗଡ଼
0 Comments